କୋଦଳା ଲଷ୍ମୀନାରାୟଣ ସ୍ମାତକ ମହାବିଦ୍ୟାଳୟର ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ


ତା 18/10/2025 ରିଖ ଦିବା 10 ଘଟିକା ସମୟରେ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି lଆଜିର କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ସଭାପତିତ୍ୱ କରି ବିଜ୍ଞାନ ପାଠଚକ୍ର ର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ l ପଦାର୍ଥ ବିଜ୍ଞାନ ବିଭାଗ ନିମନ୍ତେ ତାରାତାରିଣୀ ଡ଼ିଗ୍ରୀ ମହାବିଦ୍ୟାଳୟ, ପୁରୁଷୋତମପୁର ର ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼କ୍ଟର ସୁବ୍ରତ କୁମାର ଷଡ଼ଙ୍ଗୀ ସାଧନା କର୍ମୀ ଭାବେ ଯୋଗଦେଇ “ବ୍ଲାକ ହୋଲ ଦି ଫେଟ ଅଫ ୟୁନିଭର୍ସ ” ଶୀର୍ଷକ ପାଠଚକ୍ର ବିଷୟରେ ଆଲୋକପାତ କରିଥିଲେl ଜୀବ ବିଜ୍ଞାନ ନିମନ୍ତେ ରାମ ଚନ୍ଦ୍ର ମର୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଡ଼କ୍ଟର ପ୍ରଦୀପ କୁମାର ବେହେରା ସାଧନା କର୍ମୀ ଭାବେ ଯୋଗଦେଇ “ସେଲୁଲାର ଏଜିଙ୍ଗ ସେନେସେନସ” ଶୀର୍ଷକ ପାଠଚକ୍ର ସମ୍ପର୍କେ ନିଜର ଅଭିମତ ରଖିଥିଲେl ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ର ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ଏ କାର୍ଯ୍ୟକ୍ରମ ର ରୂପ ରେଖ ବିଷୟରେ ଆଲୋଚନା କରିଥିଲେ lଆଜିର ପଦାର୍ଥ ବିଜ୍ଞାନ ପାଠଚକ୍ର ର ଆବାହକ ଭାବେ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ରତ୍ନାକର ପ୍ରଧାନ ଓ ଜୀବ ବିଜ୍ଞାନ ଆବାହକ ଭାବେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଅପରାଜିତା ପାତ୍ର ରହିଥିଲେ l ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁଶ୍ରୀ ମନୀଷା ପଟନାୟକ,ଗଣିତ ବିଭାଗୀୟ ମୁଖ୍ୟ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ,ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁଶ୍ରୀ ବର୍ଷାରାଣୀ ମହାନ୍ତି,ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଆଚାର୍ଯ୍ୟ, ଗଣିତ ଅଧ୍ୟାପିକା ସୁଶ୍ରୀ ଭୁବନେଶ୍ୱରୀ ରାୟ ସାମନ୍ତ, ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପାଳ ଓ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ କାହ୍ନୁ ଚରଣ ପାଳ ସହଯୋଗ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ନିଜର ସନ୍ଦର୍ଭ ପାଠ କରିଥିଲେl ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା lପରିଶେଷରେ ଗଣିତ ବିଭାଗୀୟ ମୁଖ୍ୟ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଦେବାପରେ ଆଜିର ପାଠଚକ୍ର କୁ ସମାପ୍ତ କରାଗଲା l




