Breaking News

ଅଘଟଣ: ଶୋଇ ଥିବା ବେଳେ ଘର କାନ୍ଥ ମାଡି ବସିଲା, ଜଣେ ଗୁରୁତର l

 ବୌଦ୍ଧ ( ଚିତ୍ତରଞ୍ଜନ ସିଂହ)
ପୁଣି ଜିଆଁ କଟା ରେ ଅଘଟନ ଘରେ ଶୋଇଥିବା ବେଳେ ମାଡ଼ି ବସିଲା ଘର ର କାନ୍ଥ, ଜଣେ ଗୁରୁତର, ଗୁରୁତର ହେଲେ ରାଜେନ୍ଦ୍ର ବେହେରା, ଗୁରୁତର ଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି, ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆଁକଟା ଗ୍ରାମରେ, ସୂଚନା ଥାଉ କି ଗତ 21 ତାରିଖରେ ଘଟିଥିବା ବଡ଼ ଧରଣର ଭୟଙ୍କର ବାଣ ବିସ୍ଫୋରଣ କାରଣରୁ ଘର କାନ୍ଥ ଦୁର୍ବଳ ଥିବା ଅନୁମାନ. କରାଯାଉଛି! ସୂଚନା ଥାଉକି ଘର ଭାଙ୍ଗି ବାସ ହରାଇଥିବା ପରିବାର ଙ୍କୁ କେବଳ ଜରି ପାଲ ଖଣ୍ଡିଏ ବ୍ୟତୀତ ଅନ୍ୟ କୌଣସି ସହାୟତା ମିଳିନଥିବା ବେଳେ ଦୁର୍ବଳ ଶ୍ରେଣୀ ଘର କୁ ସେ ସମୟ ପ୍ରଶାସନ ଯାଞ୍ଚ କରି ନଥିଲାକି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି! ବାଣ ବିସ୍ପୋରଣ ଘଟଣା ଗ୍ରାମବାସୀ ଙ୍କୁ ମନରୁ ଲିଭିବଥିବା ବେଳେ ପୁଣି କାନ୍ଥ ଭୁଶୁଡି ଜଣେ ଗୁରୁତର ଘଟଣା ପରିବାର ଙ୍କୁ ଆଉଟିକେ ଦୁଃଖଦ ଆଣି ଦେଇଛି l

Related Articles

Back to top button