ଆଭାସୀ ଜରିଆରେ ଶୁଭଦେଲେ ମୁଖ୍ୟ ମନ୍ତ୍ରୀ…


.. ବାଣୀ ଭୂଷଣ ପୁର ପଂଚାୟତ ରେ ନୂତନ ପଂଚାୟତ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ…..
ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ପଂଚାୟତ ରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାର ଙ୍କ ଆନୁକୂଲ୍ୟରେ ରାଜ୍ୟ ରେ 471ଟି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଅନ୍ତୋର୍ଦୟ ଗୃହ ଯୋଜନା ର ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ କରକାମଳ ରେ ଶୁଭ ଉଦଘାଟନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ବିଡ଼ିଓ ବିଜୟ କୁମାର ପ୍ରଧାନ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ବୌଦ୍ଧ ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ଆଭାସୀ ରେ ଯୋଗ ଦେଇଥିଲେ l ଏହି ଆଭାସୀ କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ, ଜନ ପ୍ରତିନିଧି ସ୍ଥାନୀୟ ଜନତା ମଧ୍ୟ ସାମିଲ ରହିଥିଲେ l କାର୍ଯ୍ୟକ୍ରମ ପରେ ବ୍ଲକ ରେ ସର୍ବ ପ୍ରଥମେ ସରକାର ଙ୍କ ଏହି ଯୋଜନା ର ନୂତନ ପଂଚାୟତ ଗୃହ ବାଣିଭୂଷଣ ପୁର ପଂଚାୟତ ପରିସରରେ ମୁଖ୍ୟ ଅତିଥି ଙ୍କ କର କାମଳ ରେ ଭିତ୍ତି ପ୍ରସ୍ତର ସ୍ଥାପନ
କରାଯାଇଥିଲା l ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ବିଡ଼ିଓ ଙ୍କ ସମେତ, ସ୍ଥାନୀୟ ସରପଞ୍ଚ ପିତାମ୍ବର ପୁର ସରପଞ୍ଚ ଅଜିତ କୁମାର ବାରିକ, ବିଜେପି ନେତା କୈଳାଶ ଅଗ୍ରୱାଲ, 8ନଂ ଜୋନ ପୂର୍ବତନ ମଣ୍ଡଳ ସଭାପତି ବାମନ ବାରିକ, ପଂଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ରଣା,ଏ ପି ଓ ହେମନ୍ତ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା, ସହକାରୀ ଯନ୍ତ୍ରୀ ଙ୍କ ସମେତ ପଂଚାୟତ ବାସି ଉପସ୍ଥିତ ରହିଥିଲେ l ଅନ୍ୟ ପଟେ ତୃତୀୟ ପର୍ଯ୍ୟୟରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା କୁ ଛାଡି 28ଗୋଟି ଜିଲ୍ଲା ରେ 48,693ହିତାଧିକାରୀ ଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବା ନେଇ ଆଜି ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ଘୋଷଣା କରିଛନ୍ତି




