୧୩ ଦିନ ଆନ୍ଦୋଳନ ପରେ ରାସ୍ତାକାର୍ଯ୍ୟ କରିବାନେଇ ପ୍ରତିଶ୍ରୁତି : ଆନ୍ଦୋଳନ ପ୍ରତ୍ୟାହୃତ


ତାଳଚେର, ୧୮/୧୦ ତାଳଚେର ନୂଆବଲଣ୍ଡା ଠାରେ ଶାନ୍ତିପୂର୍ଣ୍ଣଭାବେ ଅର୍ଥନେତିକ ଅବରୋଧ ୧୩ଦିନରେ ପଂହଚିଥିବା ବେଳେ ଆଜି ଆନ୍ଦୋଳନକୁ ୨ଘଂଟା ବଦଳରେ ୧୦ଘଂଟା କରିବା ଦ୍ୱାରା ଏଥିରେ ପ୍ରଶାସନ ଓ ସମ୍ପୃକ୍ତ କମ୍ପାନୀ ଆନ୍ଦୋଳନକାରୀଙ୍କ ଆଗରେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଧାରାବାହିକ ଆନ୍ଦୋଳନ ଦ୍ୱାରା ଏବଂ ଆନ୍ଦୋଳନକୁ ଯୋରଦାର କରିବା ଯୋଗୁଁ ଗାଡ଼ିମଟର ଅଟକି ଯିବା ସହ ରେଳଯୋଗେ୍ କୋଇଲା ଚାଲାଣ ବନ୍ଦ ହୋଇଯାଇଥିଲା । ସେଥିରେ ବିଚଳିତ ହୋଇ କୋଇଲା ଖଣି କର୍ତୁପକ୍ଷ ଓ ତହସିଲଦାର ଆନ୍ଦୋଳନ ସ୍ଥଳକୁ ଆସି ସମାଧାନ କରିବା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ରାସ୍ତାଟି ଶୋଚନୀୟ ହୋଇଥିବାକୁ ଅନୁଭବ କରି ଆଜି ଠାରୁ ମରାମତି କରାଯିବା ସହିତ ଆଗାମୀ ୧୫ଦିନ ମଧ୍ୟରେ ରାସ୍ତାକୁ ଯାତାୟତ ଉପଯୋଗୀ କରାଯିବାର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ବୋଲି ସଂଘ ପକ୍ଷରୁ ଏକପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।,,,,,,ତାଳଚେର ରୁ ସିରାଜ ଖାନ ସମର୍ଥନ ନିୟୁଜ




