Breaking News

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ର ବଦାନ୍ୟତା !!

+ରଘୁନାଥପୁର ::-କଥାରେ ଅଛି ବିପଦରେ ଆପଦରେ ଅଥବା ସଙ୍କଟ ସମୟରେ ଯିଏ ସହାୟକ ହୋଇଥାଏ ସେ ହିଁ ପ୍ରକୃତ ବନ୍ଧୁ !ଏକଥା ପ୍ରମାଣ କରି ଦେଖେଇ ଦେଇଛି,ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ !ରଘୁନାଥପୁର ବ୍ଲକର ଦିବଙ୍ଗତ ସାମ୍ବାଦିକ ସ୍ବର୍ଗତଃ ପ୍ରଶାନ୍ତ ମୁଦୁଲିଙ୍କର ଅକାଳ ବିୟୋଗରେ ଜଗତସିଂହପୁର ଜିଲ୍ଲାର ସମସ୍ତ ସାମ୍ବାଦିକ ମର୍ମାହତ ଓ ଶୋକରହିତ ହୋଇ ଜଣେ ଲଢୁଆ ବନ୍ଧୁଙ୍କୁ ହରେଇବାର ଅଭାବ ଅନୁଭବ କରିଥିଲେ !ଜିଲ୍ଲା ୟୁନିଅନ ର ସେ ଥିଲେ ଆଗ ଧାଡ଼ିର କର୍ମୀ !ସେଇ ବନ୍ଧୁତ୍ୱ ର ଭଲପାଇବା ପାଇଁ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ଇଉନିୟନ ouj ଶାଖା ପକ୍ଷରୁ ସ୍ତାନୀୟ ରଘୁନାଥପୁର ପ୍ରେସ କ୍ଳବ କାର୍ଯ୍ୟାଳୟରେ ଦିବଂଗତ ପ୍ରଶାନ୍ତ ମୁଦୁଲିଙ୍କ ଉଦ୍ଦେଷ୍ୟରେ, ୟୁନିଅନ ର ଉପଦେଷ୍ଟା ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଏକ ଶୋକ ସଭାର ଆୟୋଜନ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇ ଥିଲା !ତାପରେ ସ୍ୱର୍ଗତଃ ମୁଦୁଲି ଙ୍କ ଶୋକ ସନ୍ତପ୍ତ ପରିବାରକୁ ସାମୁହିକ ଭାବେ ଭେଟି ସାନ୍ତ୍ୱନା ଦେବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ! ପରିବାରକୁ ଧର୍ଯ୍ୟ ପ୍ରଦାନ କରିବା ସହିତ ଆନୁସଙ୍ଗିକ ଭାବେ 17000/ ( ସତର ହଜାର ) ଟଙ୍କା ସାହାଯ୍ୟ ରାଶି ପ୍ରଦାନ କରାଗଲା !ୟୁନିଅନ ର ଏପରି ସହାୟତା ପାଇଁ ପରିବାର ତରଫରୁ ଅଶେଷ ଧନ୍ୟବାଦ ସହିତ କୃତଜ୍ଞତା ଜଣେଇ ଥିବାର ଦେଖିବାକୁ ମିଳିଛି !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button