କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ _୨୦୨୫,


କଣ୍ଟାମାଳ: -୧୮/୧୦/୨୫ ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ସିଲେଟପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉଡେନ କ୍ଲଷ୍ଟରର ସିଆରସିସି ଶ୍ରୀଯୁକ୍ତ ରଣଜିତ ରଣାଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋଭା ରଞ୍ଜନ ମାଲି, ସମ୍ମାନୀତ ଅତିଥିଭାବେ ବିଆରସିସି ଶ୍ରୀଯୁକ୍ତ ଦୁର୍ଗାଚରଣ ପଧାନ, ଅବସର ପ୍ରାପ୍ତ ଧୋବା ପଧାନ ଓ ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ରଣା, ନାରାୟଣପ୍ରସାଦ ସିଆରସିସି ଶ୍ରୀଯୁକ୍ତ ଦେବବ୍ରତ ବେହେରା ପ୍ରମୁଖ ମଞ୍ଚାସିନ ରହି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପୂର୍ବରୁ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିବା ବିଭିନ୍ନ ପ୍ରତିଯୋଗୀତା ହୋଇଥିଲ । ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ପ୍ରବନ୍ଧ, ବକ୍ତୃତା, କୁଇଜ, ଗୀତ, ନାଚ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ କ୍ଲଷ୍ଟରର ଅନେକ ଶିକ୍ଷକ, କମିଟି ସଦସ୍ୟ, ଅଭିଭାବକ ଉପସ୍ଥିତ ରହିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




