Breaking News
ବୃଦ୍ଧ ପୂଜାରୀ ଙ୍କୁ ଚପଲରେ ପିଟିଲା ବିଜେଡି କର୍ମୀ ଭିଡିଓ ହେଲା ଭାଇରାଲ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦୁଡୁକେଲ ଗ୍ରାମର ରତନ ଭୋଇ (୬୪) ଙ୍କୁ ସେହି ଗାଁର ବିଜେଡି କର୍ମୀ ରାଜେଶ ବଗର୍ତ୍ତୀ ନାମକ ଯୁବକ ଗାଁ ଦାଣ୍ଡରେ ,ଅମାନବୀୟ ଭଲି ଚପଲରେ ଘୋଷାରି ପିଟୁଥିବା ଭିଡିଓ ଭାଇରାଲ ହୋଇଛି । ସୂଚନା ଯୋଗ୍ୟଯେ ଉକ୍ତ ଗ୍ରାମ ଠାକୁରାଣୀ ଗୁଡି ପାଖରେ ରାଜେଶ ଏକ ପାଇଖାନା ତିଆରୀ କରୁଛନ୍ତି; ପାଖରେ କାହିଁକି ପାଇଖାନା ତିଆରି କଲୁ ବୋଲି ପଚାରିବାରୁ ହଠାତ୍ ରାଜେଶ ଉତ୍ୟକ୍ତ ହୋଇ ଝାଙ୍କରଙ୍କ ଚୁଟିକୁ ଧରି ତଳେ ପକାଇ ଅଭଦ୍ର ଭାଷାରେ ଗାଳି ଗୁଲଜ କରି ଚପଲ ରେ ମାରି ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲେ। ପରେ ପାଖରେ ଥିବା କିଛି ଲୋକ ତାଙ୍କୁ ଛାଡିବା ପାଇଁ କହି ଜୀବନ ବଞ୍ଚାଇଥିଲେ। ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




