Breaking News

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁଟରୁଖମାର ସ୍ୱାମୀ ବିବେକାନନ୍ଦ କ୍ଲଷ୍ଟର ର ଶିଶୁ ମହୋତ୍ସବ ସୁରଭି ୨୦୨୫ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ କୁଟୁରୁଖମାର ଠାରେ ଅନୁଷ୍ଠିତ ହୋଇଯାଇଛି । ସି ଆର୍ ସି ସି ରଞ୍ଜନ କୁମାର ରଥ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ପରିଚାଳନା କମିଟିର ସଭ୍ୟ ମଂଜୁର ଅଲ୍ଲୀ ଖାନ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥ୍ ଭାବେ, ୧୬ ଟି ସଂଯୁକ୍ତ ବିଦ୍ୟାଳୟ ଯଥା କୁଟରୁଖମାର ସହ ଶିକ୍ଷକ ବସନ୍ତ କୁମାର ମିଶ୍ର, ବୀରେନ୍ଦ୍ର ନାଏକ, ଦିଲ୍ଲୀପ କୁମାର ଜେଠି,ଫୁଣ୍ଡା ଆଶ୍ରମ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶାନ୍ଟୁନୁ ଶଗଡ଼ିଆ, ରିଙ୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରିୟାଂଶୁ ମଙ୍ଗରାଜ, ଶିକ୍ଷକ ସରୋଜ ସାହୁ, କରଲାକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ସୁନିତା ଦୀପ, ଗୋବ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ପ୍ରଭାତମଣୀ ମିଶ୍ର,ମାଲଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଚନ୍ଦ୍ରିକା ମହାପାତ୍ର, ସସ୍ମିତା ପ୍ରଧାନ, ଘୁଷୁରୀଗୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅମିତ ପ୍ରଧାନ, ବି ଆର ରେଡ୍ଡୀ, ଧର୍ମପଦ ବିଜିଡ଼ି ରୁ ଶିବରାମ ପ୍ରଧାନ, ତେତେଲଛୁଅଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅଲେଖ ଚନ୍ଦ୍ର ଘଡେଇ, କପାସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ମମତା ସାହୁ, ସିଙ୍ଗଝରଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ପୁରବୀ ସାହୁ, ଯଶୋଣାମୟୀ ଦୋରା ପ୍ରମୁଖ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତା ମାନଙ୍କରେ ଅଂଶଗ୍ରହଣ କରିଥିଲେ । ଉଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ମଂଜୁର ଅଲ୍ଲୀ ଖାନ ସମେତ ବିଇଓ ଆଚରି ଶବର, ଏବିଇଓ ଜୟ କୁମାର ମାଝୀ, ଜଗଦିଶ ଚନ୍ଦ୍ର ମୁଣ୍ଡ, ସିଆରସିସି ରଞ୍ଜନ କୁମାର ରଥ, ସରପଞ୍ଚ ଛଳନା ଚଣ୍ଡୀ, ରୁକଧର ମାଝୀ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବା ପାଇଁ ଘୋଷଣା କରାଯାଇଥିଲା। କ୍ଲଷ୍ଟର୍ ର ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ ଓ ଶିକ୍ଷୟତ୍ରୀ ସ୍ଵାଗତିକା ପଣ୍ଡା, ଶାନ୍ତିଲତା ନାଏକ, ନହେଦା ସାହୀନ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ | ପରିଶେଷରେ କୁଟରୁଖମାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପାର୍ଥିବ ଖଡ଼ିକାର ଧନ୍ୟବାଦ ଅର୍ପଣ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button