ହରଭଙ୍ଗା କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) : ହରଭଙ୍ଗା କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ ହରଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଲଷ୍ଟର ସ୍ତରୀୟ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୁଇଜ, ଗୀତ, ନାଚ, ବକୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଶୁର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମ ଏକ ମୁଖ୍ୟ ଉପାଦେୟ ଅଟେ। ଏହି ସଭାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। CRCC ଶ୍ରୀ ପରେଶ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ସୁପ୍ରଭା ଦେଇ, ପ୍ରମୋଦିନି ଦେଇ, ସୁରେଶ ନାଏକ, ପୁରନ୍ଦର ରଣା ଓ କୃଷ୍ଣଚନ୍ଦ୍ର ସିଂ ଯୋଗ ଦେଇଥିଲେ। ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅତି ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ। ବିଜୟୀ ପ୍ରତିଯୋଗିତା ମାନେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେଥିରେ ଶ୍ରୀ ସଞ୍ଜୀବ କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ କଲ୍ୟାଣ ବାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




