ସମଲେଶ୍ୱରୀ ନାଳରେ ସୁଉଚ୍ଚ ସେତୁ ନିର୍ମାଣ ନିମନ୍ତେ ଶିଳାନ୍ୟାସ


କଣ୍ଟାମାଳ,୧୬।୧୦।୨୫ ସମର୍ଥ ସମାଚାର(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଏସଏଚ୪୧ ଘଣ୍ଟାପଡ଼ାରୁ ରେକଡୋଲ-ଫାସେଡ ରାସ୍ତାର ବହୁ ପ୍ରତୀକ୍ଷିତ ସମଲେଶ୍ୱରୀ ନାଳ ଉପରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ତ୍ତ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଏହି ପ୍ରକଳ୍ପର ଶୁଭ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ଘଣ୍ଟାପଡା ଏସଏଚ ୪୧ ଠାରୁ ରେକଡୋଲ-ଫାସେଡ ରାସ୍ତାର ସମଲେଶ୍ୱରୀ ନାଳ ସେତୁ ଉପରେ ପ୍ରତିବର୍ଷ ବର୍ଷାପାଣି ପ୍ରବାହିତ ହୋଇ ରାସ୍ତା ବିଛିନ୍ନ ହୋଇ ଯାଉଥିଲା l ଫଳରେ ଉକ୍ତ ନାଳ ଉପରେ ନୂତନ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା l ଏହି ନାଳ ଉପରେ ନୂତନ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ୧୪ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି l ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ଡାଙ୍ଗ ମୁଖ୍ୟ ଅତିଥି ଭାବେ ମଞ୍ଚାସିନ ରହି ଚୀନର ହୋୟାଁହୋ ନଦୀ ଭଳି ଏହି ନାଳରେ ସାମାନ୍ୟ ବର୍ଷା ପାଣିରେ ରାସ୍ତା ବିଛ୍ଛିନ୍ନ ରହୁଥିଲା ।ଯାହାକି ବର୍ତ୍ତମାନ ରାଜ୍ୟର ମୋହନ ସାରକାର ଲୋକଙ୍କ ଆଶାକୁ ପୂରଣ କରି ସେତୁ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିବା ସହିତ ବିଜେପି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ l କନ୍ଧମାଳ ସାଂସଦଙ୍କ ବୌଦ୍ଧ ଜିଲା ପ୍ରତିନିଧି ଯୁଗଳ କିଶୋର ସାମଲ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର ଛୁଆଲସିଂ, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ, ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟା ପଦ୍ମାଳୟା ପ୍ରଧାନ, ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସମାଜସେବୀ ପୁରନ୍ଦର କର୍ମୀ ମଞ୍ଚ ପରିଚାଳନା କରିଥିଲେ l ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର ଛୁଆଲସିଂ ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ନାଏକ, କନିଷ୍ଠ ଯନ୍ତ୍ରୀ ମନୋଜ ରଞ୍ଜନ ନାଏକ, କର୍ମଚାରୀ ଭରତ ସାହୁ , ଠିକାଦାର ଯନ୍ତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




