Breaking News

ସର୍ପା ଘାତରେ ଗୋବିନ୍ଦପୁର ଗ୍ରାମର ପବିତ୍ର ଦାସ ଙ୍କର ମୃତ୍ୟୁ !!

 ତିର୍ତ୍ତୋଲ ::-ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆସିଥିବା ବେଳେ, କୋଉଠି ନା କୋଉଠି ମଣିଷ ର ନିଜସ୍ୱ ଅବହେଳା ପାଇଁ ଜୀଵନ ହରେଇବାକୁ ପଡୁଛି ! ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ !ଏହି ଗ୍ରାମର ଧନେଶ୍ଵର ଦାସ ଙ୍କ ୪୯ ବର୍ଷୀୟ ପୁତ୍ର ପବିତ୍ର ଦାସ (ପବୁନି) ଙ୍କର ଗତ ବୁଧବାର ଦିନ ମଧ୍ୟାହ୍ନରେ ଏକ ବିଷଧର ସର୍ପ ଦଂଶନ କରିଥିଲା !ସର୍ପାଘାତ ଯୋଗୁଁ ଯନ୍ତ୍ରଣା ଅନୁଭବ କରିବାରୁ, ତାଙ୍କୁ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ଏକ ବାଇକ୍ରେ ବସାଇ, ବିଭୁତିକ୍ଷେତ୍ର ଗୋରେଖନାଥ ଙ୍କ ମଠକୁ ନେଉଥିଲେ !ବିଷ ଜ୍ୱାଳା ଶରୀର କୁ କମଜୋର କରିଦେବାରୁ ଅଧା ବାଟରେ ପବିତ୍ର ବାଇକ୍ ରୁ ତଳକୁ ଖସି ପଡ଼ିଲେ। ତେଣୁ ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଜଗତସିଂହପୁର ସଦର ମେଡିକାଲ କୁ ନେଇଗଲେ ! ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ହୁଏତ ଡାକ୍ତରଖାନା ନେବାରେ ବିଳମ୍ବ ସକାଶୁ ଏପରି ହେଲା ବୋଲି ଅନେକ କୁହାକୁହି ହେଉଥିବାର ଶୁଣିବାକୁ ମିଳିଛି !ଶବ କୁ ସେଠାରେ ପୋଷ୍ଟମଟମ୍ କରାଯିବା ପରେ ପାରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା। ଘରେ ତାଙ୍କର ସ୍ତ୍ରୀ ଓ ଦୁଇଟି ଝିଅ ଅଛନ୍ତି।ପରିବାର ର ପୋଷଣାହାରୀ ହୋଇଥିବାରୁ ତାଙ୍କର ଏହି ସର୍ପାଘାତ ରେ ଆକସ୍ମିକ ମୃତ୍ୟୁ ପାଇଁ , ସରକାର ଙ୍କ ତରଫରୁ ଏହି ବିପନ୍ନ ପରିବାରର କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ତାଙ୍କର ପଡ଼ୋଶୀ ଓ ଗ୍ରାମବାସୀମାନେ ଦାବୀ କରିଛନ୍ତି !!

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button