Breaking News

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଜୋନ୍ ୨ରେ

ଜନ ଓ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାପତି ବୃନ୍ଦାବନ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେରମେଟି ପଞ୍ଚାୟତ କଦଳୀମୁଣ୍ଡା ଠାରୁ ଲିମା ପଞ୍ଚାୟତ ସଦର ପର୍ଯ୍ୟନ୍ତ ହୋଇଥିଲା ପଦଯାତ୍ରା l ଏଥିରେ ଜିଲ୍ଲା ସଭାପତି ଝିହ୍ନ ହିକକା, ରାଜ୍ୟ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନୁରାୟ, ଜିଲ୍ଲା ପରିଷଦ ସଭ୍ୟା କନକଲତା ପେଣ୍ଠିଆ,ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲ, ପଟାଙ୍ଗୀ ପୂର୍ବତନ ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୂର୍ଗା ମିଶ୍ର, ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ରଥ, ବାଲା ରାୟ, ବାଲିଙ୍କି ରାୟ, ନାଗୁ ଦୋରା,ଶିବ ପଟ୍ଟନାୟକ, ବରିଷ୍ଠ ମହିଳା ନେତ୍ରୀ ପାର୍ବତୀ ମସ୍ତି,,ଜିଲ୍ଲା ଉପ ସଭାପତି ରମାକାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଭଜମନ ସାନ୍ତି, ପ୍ରଦୀପ କୁମାର ନାୟକ,ଯୁବ ସଭାପତି ବିକ୍ରମ କୁମାର ବେହେରା,ମହିଳା ନେତ୍ରୀ ଦମୟନ୍ତୀ ମଲ୍ଲିକ, ଜୋନ୍ ୨ ର ସମସ୍ତ ପଞ୍ଚାୟତ ସଭାପତି, ସମସ୍ତ ଦଳୀୟ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବ୍ଲକ ଓ ପଞ୍ଚାୟତର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ l ନବୀନ ଶାସନ କାଳ ସମୟର ସଫଳତା ଓ ବିଜେପି ସରକାରଙ୍କ ବିଫଳତା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ପଦ ଓ ଜନ ସମ୍ପର୍କ ଯାତ୍ରା କେରମେଟି ପଞ୍ଚାୟତ କଦଳୀମୁଣ୍ଡା, କେନ୍ଦୁଗୁଡ଼ା, ଆସନା ପଞ୍ଚାୟତର ଆମ୍ବଗୁଡ଼ା,ଉଦଳଗୁଡ଼ା, ଲିମିକିଆଗୁଡ଼ା, ଘିଉରିଆଗୁଡ଼ା ଓ ଲିମା ପଞ୍ଚାୟତ ସଦର ଗାଁରେ ହୋଇଥିଲା l

Related Articles

Back to top button