ବାମଣ୍ଡା ଆଦର୍ଶ ସ୍ନାତକ ରେ ଶିଶୁ କନ୍ୟା ଦିବସ ପାଳିତ….


ହରଭଙ୍ଗା :(ରୁପେଶ କୁମାର ମହାକୁଡ଼) ବିଶ୍ୱ ଯୁବ କେନ୍ଦ୍ର, ବାଣିନାଲି ଦ୍ଵାରା ପରିଚାଳିତ ଆକସେସସ ଟୁ ଜଷ୍ଟିସ କାର୍ଯ୍ୟକ୍ରମ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନର୍ଗତ ବାମଣ୍ଡା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ଅନାର୍ଜାତିକ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛ l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହକାରୀ ଶିକ୍ଷ୍ୟା ଅଧିକାରୀ, ଚନ୍ଦ୍ରମଣି ବାରିକ, ସମ୍ମାନିତ ଅଥିତି ଭାବେ ଶିଶୁ ବିକାଶ ସୁପରଭାଇଜର ରଂଜିତା ସେଠି, ମହାବିଦ୍ୟାଳୟ ର ଅଧକ୍ଷ ଓ ସହକାରି ଅଧ୍ୟାପିକା ଯୋଗଦେଇ ଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଶ୍ୱ ଯୁବ କେନ୍ଦ୍ର ର ସଭାପତି ବସନ୍ତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମର ମୁଖ୍ୟ ଉଧେଶ୍ୟ ବିଷୟ ରେ ଅନୁଗୁଳ ର ସଂଯୋଜକ ପୂଜା ସ୍ୱାଇଁ ଅବଗତ କରାଇଥିଲେ 11ଅକଟୋବର 2025 ରୁ ଜାନୁଆରୀ 2026 ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଥିବା 100 ଦିନିଆଁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନକୁ କୁ ସହକାରୀ ଶିକ୍ଷ୍ୟା ଅଧିକାରୀ ବୌଦ୍ଧ ଶୁଭାରମ୍ଭ କରିଥିଲେ ଉକ୍ତକାର୍ଯ୍ୟକ୍ରମରେ ଶିଶୁ କନ୍ୟାଙ୍କ ଗୁରୁତ୍ୱ ଅଧିକାର ସମାଜରେ ଘଟୁଥିବା ସମସ୍ୟା ଯେପରି ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌଉନ ନିର୍ଯାତନା ଓ ତାର ନିରାକରଣ ଉପରେ ବିଶ୍ୱ ଯୁବ କେନ୍ଦ୍ର ର ସଭାପତି ଆଲୋକପାତ କରିଥିଲେ ସର୍ବ ଶେଷ ରେ ଉପସ୍ଥିତ ଥିବା ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ବାଲ୍ୟ ବିବାହ ନିରାକରଣ ପାଇଁ ଏକ ଶପଥ ପାଠ କରାଯାଇଥିଲା ଉକ୍ତକାର୍ଯ୍ୟ କ୍ରମରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ର, ଛାତ୍ରୀ ଯୋଗଦେଇ ଥିଲେ ଉକ୍ତ କାର୍ଯ୍ୟ କ୍ରମକୁ ବିଶ୍ୱ ଯୁବକେନ୍ଦ୍ର ର ବୌଦ୍ଧ ଜିଲ୍ଲାର ସଂଯାଜକ ବିଜୟ କୁମାର ସାହୁ, କାଉନସିଲର ପୁନିଆ ସାହୁ ଓ ପ୍ରକଳ୍ପ ସହଯୋଗୀ ପ୍ରିୟ ରଞ୍ଜନ ପ୍ରତାପ ସିଂ ସହଯୋଗ କରିଥିଲେ.




