Breaking News

ଆସ ଆମେ ସ୍କୁଲ ଯିବା” କାର୍ଯ୍ୟକ୍ରମ କୁ ନେଇ ଶିକ୍ଷା ଅଧିକାରୀଙ୍କ ଅଭିନଵ ପ୍ରୟାସ l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ରାଜ୍ୟ ସରକାର ଶିକ୍ଷା କୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଓ ଅଭିଭାବକ,ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଭିତରେ ସମନ୍ୱୟ ରକ୍ଷାକରି ଭିଭିନ୍ନ ଖସଡ଼ା ଓ ନିୟମ ଆଣୁଛନ୍ତି l ବର୍ତମାନ ରାଜ୍ୟରେ ବିଦ୍ୟାଳୟ ବାହାରେ ଥିବା ପିଲା ଙ୍କୁ ବିଦ୍ୟାଳୟ କୁ ଫେରାଇ ଆଣିବା ନେଇ” ଆସ ଆମେ ସ୍କୁଲ ଯିବା “କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ଏହି ଯୋଜନା ଚଳିତ ବର୍ଷ ମଇ ମାସ ରେ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ଦ୍ୱାରା ଚାଇଲଡ ଟ୍ରେନିଙ୍ଗ ସିଷ୍ଟମ (CTS) ମାଧ୍ୟମରେ 6ରୁ 18ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସର୍ଭେ କରାଯାଇଥିଲା l ଏହି ସର୍ଭେ ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ସର୍ଭେ ରେ ଜିଲ୍ଲା ରେ 3ହଜାର ପିଲା ସ୍କୁଲ ଯାଉନଥିବା ଜଣା ପଡ଼ିଥିଲା l ଶିକ୍ଷା ନୀତି କୁ ଦୃଷ୍ଟି ରେ ରଖି ଜିଲ୍ଲା ରେ ଏହି ପିଲାଙ୍କୁ ସ୍କୁଲ କୁ ଫେରାଇ ଆଣିବା ପାଇଁ ବିଦ୍ୟାଳୟ, ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା l ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ନେତୃତ୍ୱ ରେ ଜିଲ୍ଲା ସ୍ତରରେ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଙ୍କ ତାଲିମ୍ କାର୍ଯ୍ୟକ୍ରମ ସଫଳ ହୋଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ସ୍କୁଲ କୁ ଫେରାଇ ଆଣିବାକୁ ତାଲିମ୍ ପ୍ରଦାନ କରାଯାଉଛି l ବିଦ୍ୟାଳୟ ସ୍ତରରେ ଶିକ୍ଷକ ଓ ସି ଆର ସି ସି ମାନେ ପିଲାଙ୍କ ଘରକୁ ଘର ଯାଇ ପିଲାଙ୍କୁ ବିଦ୍ୟାଳୟ କୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି l ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଓ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ହରଭଙ୍ଗା ବ୍ଲକ ର ଗାଁ କୁ ଗାଁ ବୁଲି ପିଲାଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଛନ୍ତି l ଏଭଳି ଏକ ଦୃଶ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପଙ୍କୁଆଳ ଓ ଗୋପ ଗ୍ରାମରେ ଦେଖିବାକୁ ମିଳିଛି l ଏହି ଅଭିନଵ ପ୍ରୟାସ ରେ ପାଠ ଛାଡି ଘରେ ରହୁଥିବା ପଙ୍କୁଆଳ ଗ୍ରାମର ଯୋଗେଶ୍ୱର ମଲ୍ଲିକ, ଶୁଭମ ପ୍ରଧାନ, ରିସ୍ମା କଳତା,ସରଳା ମଲ୍ଲିକ, ଝୁନୁ ନାଏକ ଓ ଗୋପ ଗ୍ରାମର ସିଦ୍ଧାନ୍ତ ନାଏକ ଙ୍କ ଘରକୁ ଯାଇ ପିଲାଙ୍କୁ ବିଦ୍ୟାଳୟ କୁ ଆଣିବାକୁ ଅଭିଭାବକ ଙ୍କୁ ବୁଝାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ଏବଂ ପିଲାମାନେ ମଧ୍ୟ ବିଦ୍ୟାଳୟ ଆସିବାକୁ ଇଛା ପ୍ରକାଶ କରିଥିବା ଜଣା ପଡିଛି l ଉଭୟ ଅଧିକାରୀଙ୍କ ଏହି ପ୍ରୟାସ କୁ ବୁଦ୍ଧି ଯିବି ମହଲ ଓ ସାଧାରଣ ରେ ପ୍ରଶଂସା ସହିତ ପ୍ରୟାସ କୁ ସାଧୁବାଦ ଦେଉଥିବା ଦେଖାଯାଇଛି l

Related Articles

Back to top button