ନୃତ୍ୟନିପୁଣା ଓଡିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଷଷ୍ଠତମ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ


ଭୁବନେଶ୍ୱରର ୯ ନମ୍ୱର୍ ସ୍ଥିତ ‘ବୁଦ୍ଧ ମନ୍ଦିରର ନୁତନ ପ୍ରେକ୍ଷାଳୟ ଠାରେ’ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ‘ଷଷ୍ଠତମ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ’ ର ଆୟୋଜନ କରାଯାଇଛି। ଏହି କାର୍ଯକ୍ରମ ରେ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀ ମାନେ ଯୋଗଦେଇ ଓଡ଼ିଶୀ ନୃତ୍ୟ, କଥକ ନୃତ୍ୟ, ଦେଶାତ୍ମବୋଧକ ନୃତ୍ୟ,ଭଜନ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ଇତ୍ୟାଦି ଏକକ, ଦ୍ୱେତ ତଥା ଦଳଗତ ନୃତ୍ୟ ପରିବେଷଣ କରିଥିଲେ ଏହି ଜାତୀୟ ସ୍ତରର ନୃତ୍ୟ ମହୋତ୍ସବରେ ସୁନାମଧନ୍ୟ ତଥା ଖ୍ୟାତିସଂପନ୍ନ ନୃତ୍ୟଗୁରୁ, କଣ୍ଠଶିଳ୍ପୀ ବହୁ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ତଥା ଓଡ଼ିଆ ସିନେ ଜଗତର ନାମୀଦାମୀ କଳାକାରମାନେ ଅତିଥି ଭାବରେ ଯୋଗଦେଇଥିଲେ।
ଟ୍ରଷ୍ଟ ମୁଖ୍ୟ ତଥା ଦାସୀ କଲ୍ଚରାଲ ଭିଲେଜ୍ ଶ୍ରୀ ବୁଦ୍ଧାଦେବ ଦାସ ,ଡକ୍ଟର ସୁଶିଲ କୁମାର ପଟ୍ଟନାୟକ ଆସିଷ୍ଟାଣ୍ଟ ପ୍ରଫେସର, HOD, Music Department ,ରମାଦେବୀ university,ଶ୍ରୀମତୀ ଯସ୍ମିତା ମିଶ୍ର ଟି ଜି ଟି, ସଂସ୍କୃତ, ବିଜେଇଏମ୍ ସୁବ୍ରତ ପତି ନିର୍ଦେଶକ ଷ୍ଟେସନ ରେଡ଼ିଓ ଭୁବନେଶ୍ୱର
ଡକ୍ଟର ଜୟଶ୍ରୀ ଧଳ,ଏମିନେଣ୍ଟ ସିଙ୍ଗର ମୁଖ୍ୟ ସୁର ଵୈବ୍ରେସନ .ଗୁରୁ ଗାୟତ୍ରୀ ମିଶ୍ର ,ସମ୍ପାଦକ ଗାନ୍ଧର୍ବ କଳା ପରିଷଦ ଗଜଲ୍ ସିଙ୍ଗର ଅପର୍ଣ୍ଣା ତ୍ରିପାଠୀ
ପରେ ପରେ ଅପରାହ୍ନ ଅଧିବେଶନ ପ୍ରାରମ୍ଭ ରେ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ନୃତ୍ୟ ମହୋତ୍ସବ କୁ ଆରମ୍ଭ କରା ଯାଇଥିଲା। ପରେ ପରେ ଅତିଥି ମାନଙ୍କୁ ପୁଷ୍ପ ଚାରା ଓ ଉତ୍ତରୀୟ ଦ୍ଵାରା ସମ୍ମାନିତ କରି ସ୍ଵାଗତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରଥମ ପରିବେଷଣ ରେ ନୃତ୍ୟନିପୁଣା ଅନୁଷ୍ଠାନର ନୃତ୍ୟାଙ୍ଗନାମାନେ ଦଳଗତ ଦେଶାତ୍ମବୋଧକ ନୃତ୍ୟ ପରିବେଶ କରିଥଲେ,ଏହାପରେ ଅନୁଷ୍କା , ସିଦ୍ଧି, ଟ୍ରୀୟା, ଅର୍ଚ୍ଚିତା, ଲିଶ୍ଣା, ଅଂଶିତା, ଦୂର୍ଗେଶ ନନ୍ଦିନୀ , ଶୁଭ୍ରଜ୍ୟୋତି, ଅନ୍ଵିତା ଓ ତନୁଷ୍ରୀ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥଲେ, ପ୍ରତ୍ୟାଶା ଏକକ ଭଜନ ନୃତ୍ୟ, ସୋରୋଷ୍ରୀ ଦେବନାଥ ଏକକ କଥକ ନୃତ୍ୟ ଏବଂ ଅନ୍ତିମ ଦଳଗତ ନୃତ୍ୟ ରେ ନୃତ୍ୟନିପୁଣା ଅନୁଷ୍ଠାନ ର ନୃତ୍ୟାଙ୍ଗନାମାନେ ସମ୍ବଲପୁରୀ ନୃତ୍ୟ ରେ ରସରକେଲି ପରିବେଷଣ କରିଥିଲେ।ସେହିପରି ସାନ୍ଧ୍ୟ ଅଧିବେଶନ ର ଅତିଥିମାନେ ହେଲେ.ଗୁରୁ ସିକତା ଦାସ ଓଡ଼ିଶୀ ରିସର୍ଚ୍ଚ ଗୁରୁ ଧନେଶ୍ଵର ସ୍ୱାଇଁ ଓଡ଼ିଶୀ ମର୍ଦ୍ଦଳ Exponent , ସେଣ୍ଟ୍ରାଲ ସଙ୍ଗୀତ ନାଟକ ଏକାଡେ଼ମୀ awardee ଗୁରୁ ପ୍ରତିଭା ପଣ୍ଡା ନିର୍ଦେଶକ, ନୃତ୍ୟପ୍ରତିଭା କେଦାର ମିଶ୍ର Eminent Artist-Film & TV ଜ୍ୟୋତି ରଞ୍ଜନ ନାୟକ ଓଲିଉଡ଼ ସିନେ ଆକ୍ଟର ସାନ୍ଧ୍ୟ ଅଧିବେଶନ ର ପ୍ରଥମ ପ୍ରସ୍ତୁତି ରେ ପୁରୀ ର ଡକ୍ଟର ଶ୍ରୀନିବାସ ଘଟୁଆରୀ ଙ୍କ ଦ୍ଵାରା ଏକକ ଓଡ଼ିଶୀ ନୃତ୍ୟ ,ପରେ ପରେ ନୂଆଦିଲ୍ଲୀ ରୁ ଆସିଥିବା ଅତସି ମିଶ୍ର ଙ୍କ ଦ୍ଵାରା ମଧ୍ୟ ଏକକ ଓଡ଼ିଶୀ ନୃତ୍ୟ , ସେହିପରି ଆମନ୍ତ୍ରିତ ଅତିଥି ଭାବେ ବଲାଙ୍ଗୀର ରୁ ଆସିଥିବା ଗୁରୁ ଡକ୍ଟର ବିଶ୍ୱଜିତ୍ ଦାସ ଙ୍କ ଏକକ ଓଡ଼ିଶୀ ନୃତ୍ୟ। ଏବଂ ସୌମ୍ୟା, ସିଓନି , ମହକ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ସସ୍ମିତା ଓ ଅର୍କ୍ୟପ୍ରଭା ଦ୍ଵେତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ,ସର୍ବଶେଷରେ ନୃତ୍ୟପ୍ରତିଭା ଅନୁଷ୍ଠାନ ଗୁରୁ ପ୍ରତିଭା ପଣ୍ଡା ଙ୍କ ନିର୍ଦ୍ଦେଶନା ରେ ଛାତ୍ରୀ ମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଉଦଘୋଷକ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ।
ଏଥିରେ ପ୍ରାୟ ୪୦ଜଣ ନୃତ୍ୟଶିଳ୍ପୀ ଏକକ ନୃତ୍ୟ, ଦ୍ଵେତ ନୃତ୍ୟ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ନୃତ୍ୟ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଗୁରୁ ଅତସି ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ନୃତ୍ୟନିପୁଣା ନୃତ୍ୟଶିରୋମଣୀ ସମ୍ମାନ ଏବଂ ଡକ୍ଟର ଶ୍ରୀନିବାସ ଘଟୁଆରୀଙ୍କୁ ବହୁମୁଖୀ ପ୍ରତିଭାବାନ ନୃତ୍ୟନିପୁଣା ନୃତ୍ୟଶିରୋମଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ନୃତ୍ୟନିପୁଣା ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ପ୍ରତିମା ମିଶ୍ରଙ୍କର ଅକ୍ଲାନ୍ତ ପରିଶ୍ରମଦ୍ୱାରା କାର୍ଯ୍ୟକ୍ରମଟି ସଫଳତାର ସହ ପରିଚାଳନା ହୋଇପାରିଥିଲା ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ତଥା ଅଭିଭାବକମାନଙ୍କର ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇପାରିଥିଲା ଏଥିସହିତ ସହଯୋଗର ହାତ ବଢ଼ାଇଥିବା ସମସ୍ତ ପାର୍ଟନର ଏବଂ sponsorer ମାନଙ୍କ ସହାୟତା ଦ୍ଵାରା ଏହା ସାଫଲ୍ୟ ହୋଇପାରିଥିଲା।ସର୍ବଶେଷରେ ନିର୍ଦ୍ଦେଶିକା ତଥା ନୃତ୍ୟଗୁରୁ ଡଃ ପ୍ରିୟଙ୍କା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
ଭୁବନେଶ୍ଵର ରୁ ବ୍ୟୁରୋ ରିପୋର୍ଟ ସମର୍ଥ ସମାଚାର




