ବଦଳି ଯାଉଛି ଚେଳିତୋଳ ବାଲିଯାତ୍ରା ର ପ୍ରଥମ ପ୍ରସ୍ତୁତି ବୈଠକ ପ୍ରକ୍ରିୟା !!


ତିର୍ତ୍ତୋଲ ::-ଚେଳିତୋଳ ବାଲିଯାତ୍ରା ଆସିଲେ ଚଳଚଞ୍ଚଳ ହୋଇଉଠେ ତିର୍ତ୍ତୋଲ ବ୍ଲକ ଓ ଆଞ୍ଚଳିକ ପରିବେଶ !ଯେହେତୁ ବାଲିଯାତ୍ରାର ସମ୍ପାଦକ ଭାବେ ତିର୍ତ୍ତୋଲ ତହସିଲଦାର ଓ ସଭାପତି ଭାବେ ତିର୍ତ୍ତୋଲ ର ନିର୍ବାଚିତ ବିଧାୟକ ଏହାର ଗୁରୁଦାୟିତ୍ୱ ବହନ କରି ବାଲିଯାତ୍ରା ସହିତ ସଂଶ୍ଲିଷ୍ଟ ସମସ୍ତ ସରକାରୀ ପଦାଧିକାରୀ ଅଫିସର ଓ ସର୍ବଦଳୀୟ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଥାଏ !ଏପରିକି ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଅବଗତ କରାଇ ଦିଆଯାଏ !ସମସ୍ତଙ୍କ ଉପସ୍ଥିତିରେ ଆଲୋଚନା ହୁଏ ବାଲିଯାତ୍ରା ର ପ୍ରସ୍ତୁତି ବୈଠକ !କିନ୍ତୁ ଚଳିତ ବର୍ଷ ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ବିଧାୟକ ରମାକାନ୍ତ ଭୋଇ !ହାତ ଗଣତି କେତେକ ସହକର୍ମୀ ଓ ଦଳୀୟ ବ୍ୟକ୍ତି ବିଶେଷଙ୍କୁ ନେଇ ଚେଳିତୋଳ ବାଲିଯାତ୍ରା ୨୦୨୫ ପାଳନ ଉପଲକ୍ଷେ ଅତି ତରବରିଆ ଭାବେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଛନ୍ତି !ଖବର ଅନୁସାରେ ମଙ୍ଗଳବାର ମଧ୍ୟାହ୍ନରେ ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ ଙ୍କ ଆହ୍ଵାନ କ୍ରମେ, ପ୍ରଥମ ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ଆନନ୍ଦମଣ୍ଡପ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି ମାନଙ୍କୁ ଡକାଯାଇ ଥିବା ବେଳେ ନୈରାଶ୍ୟଜନକ ଓ ହାସ୍ୟାସ୍ପଦର ପରିବେଶ ଦେଖିବାକୁ ମିଳିଥିଲା !ବିଶେଷ କରି ବାଲିଯାତ୍ରା ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ଗଣମାଧ୍ୟମ ର ପ୍ରତିନିଧି ଏହାର ପ୍ରଚାର ପ୍ରସାର ସହିତ ସମସ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ସଫଳ କରିବାପାଇଁ ସକ୍ରିୟ ସହଯୋଗ କରିଥାନ୍ତି, ସେମାନଙ୍କୁ ଏହି ବୈଠକକୁ ଆମନ୍ତ୍ରଣ କରାଯାଇ ନାହିଁ। ବାଲିଯାତ୍ରା ର ପ୍ରାଣ ପ୍ରତିଷ୍ଠାତା ସାଂସଦ ଦେବାଶିଷ ସାମନ୍ତରାୟ, ପୁର୍ବତନ ବିଧାୟକ ତଥା ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ବାଳ, ଜିଲ୍ଲାର ଏକମାତ୍ର ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସାଂସଦ ବିଭୂପ୍ରସାଦ ତରାଇଙ୍କ ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ,ଉପଦେଷ୍ଟା ଓ ପୃଷ୍ଠପୋଷକ ମାନଙ୍କ ସମେତ କୌଣସି ସରକାରୀ ବିଭାଗୀୟ ଅଧିକାରୀ ମାନେ ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !ବୈଠକ ସରିବା ପରେ ବାଲିଯାତ୍ରା କମିଟିର ସମ୍ପାଦକ ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା, ବହୁ ବିଳମ୍ବରେ ପହଞ୍ଚି ଥିଲେ। ବିଧାୟକ ଙ୍କ ମନମାନି ଓ ଏକଚାଟିଆ ନୀତି ଯୋଗୁଁ ବିଗତ ବର୍ଷ ମଧ୍ୟ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖା ଦେଇଥିଲା !ମାତ୍ର ଶେଷ ମୁହୂର୍ତ୍ତରେ ଦେବାଶିଷ ସାମନ୍ତରାୟ ଙ୍କ ମଧ୍ୟସ୍ଥତା ରେ ତାର ସମାଧାନ ହୋଇଥଲା !ବାଲିଯାତ୍ରା କୁ ଦଳ ମତ ନିର୍ବିଶେଷରେ ସାର୍ବଜନୀନ ଭାବେ ପୁର୍ବରୁ ପାଳିତ ହୋଇ ଆସୁଥିବା ବେଳେ, ବିଗତ କିଛି ବର୍ଷ ଧରି ଏହାକୁ ଦଳୀୟ ଭିତ୍ତିରେ ପାଳନ କରାଯାଉ ଥିବାରୁ, ସ୍ଥାନୀୟ ଅଞ୍ଚଳର ସଂସ୍କୃତି ପ୍ରେମୀ ମାନଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଆସୁଛି ! ତେବେ ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ିର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ, ଜିଲ୍ଲା ପରିଷଦ ରଞ୍ଜିତା ସିଂହ, ତିର୍ତ୍ତୋଲ ସମିତି ସଭ୍ୟ ପ୍ରବୀର ରାୟ , ଗୋପାଳ ପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ଵାଇଁ, ସମିତି ସଭ୍ୟl ବିଷ୍ଣୁପ୍ରିୟା ପ୍ରଧାନ,କନିମୂଳ ସମିତିସଭ୍ୟ ବସନ୍ତ କୁମାର ମହାପାତ୍ର , ତପନ କୁମାର ମହାନ୍ତି, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ , ଛାତ୍ରନେତା ଦେବୀ ପ୍ରସାଦ ମହାପାତ୍ର , ଯୁବନେତା ନିହାର କୁମାର ମହାନ୍ତି ଓ ଶ୍ରୀନିବାସ ଦାଶ ପ୍ରମୁଖ ଏହି ଆଲୋଚନା ରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ତେବେ ଅଧିକାଂଶ ପଞ୍ଚାୟତ ର ଜନପ୍ରତିନିଧି ମାନେ ଏହି ପ୍ରସ୍ତୁତି ବୈଠକ ରେ ଯୋଗ ଦେଇ ନଥିବାରୁ, ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି !ତଥାପି ସମସ୍ତଙ୍କୁ ନେଇ ଆମେ ବାଲିଯାତ୍ରା ମହୋତ୍ସବ ପାଳନ କରିବା ବୋଲି ବିଧାୟକ ସବୁବେଳେ କହି ଆସୁଥିବା ବେଳେ , ବାଲିଯାତ୍ରା ସରିବା ପରେ ପରିବେଶ ପର୍ଯ୍ୟାବରଣ ପ୍ରତି ଦୃଷ୍ଟି ଦେଉ ନଥିବା ବିଧାୟକ ସବୁ ଆବର୍ଜନା ଓ ଦୁର୍ଗନ୍ଧ ପୂର୍ଣ୍ଣ କଚଡ଼ା ସଫା ନକରି ବାହାସ୍ଫୋଟ ମାରିଵା ଚର୍ଚ୍ଚାର କେନ୍ଦ୍ରବିଦୁ ପାଲଟିଛି !ଦେଖିବାକୁ ବାକି ରହିଲା ଗତବର୍ଷର ବାଲିଯାତ୍ରା ଉତ୍ସବ ଦଳୀୟ ସଭାରେ ପରିଣତ ହୋଇଥିବା ବେଳେ,ଚଳିତ ବର୍ଷ ବାଲିଯାତ୍ରା ର ମାହୋଲ ରହୁଛି କିପରି ???
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!




