ବୌଦ୍ଧ ରେ ଜାତୀୟ କ୍ରୀଡା ଦିବସ ପାଳିତ l


ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଆଜି ଜ଼ିଲ୍ଲା ଷ୍ଟାଡିୟମ ସ୍ଥିତ ସନ୍ତ ରଣାଗାର ‘ ଠାରେ ଜାତୀୟ କ୍ରୀଡା ଦିବସ-୨୦୨୫’ ପାଳନ ଅବସରରେ ଅତିଥି ଭାବେ ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ, ସାଂସଦ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ଙ୍କ ସହ ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗଦେଇ ହକିର ଯାଦୁଗର ପଦ୍ମଭୂଷଣ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ପରେ ଜ଼ିଲ୍ଲା ସନ୍ତରଣା ଗାର ରେ ଅନୁଷ୍ଠିତ ସନ୍ତରଣ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିବା ସହ ପ୍ରଶିକ୍ଷକ, ପ୍ରଶିକ୍ଷୀକା ମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ lପରେ ପରେ ଜିଲ୍ଲାପାଳ ଜ଼ିଲ୍ଲା ଷ୍ଟାଡିୟମ ପରିସରରେ ରେ ତୀରନ୍ଦାଜ କ୍ରୀଡାବିତ୍ ଙ୍କ ସହ ନିଜେ ତୀର ଚାଳନା କରିଥିଲେ l ସେଠାରେ କ୍ରୀଡ଼ାବିତ ଙ୍କୁ ଭେଟି କ୍ରୀଡା କ୍ଷେତ୍ରରେ ନିଜର ଉତ୍ତମ ପଦର୍ଶନ କରି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିବାକୁ କହିଥିଲେ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କ୍ରୀଡାବିତ୍ ମାନଙ୍କୁ ଶପଥ ପାଠ କରାଇଥିଲେ।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ,ପ୍ରଶିକ୍ଷକଙ୍କ ସମେତ ବହୁ କ୍ରୀଡାବିତ୍ ଯୋଗ ଦେଇଥିଲେ।



