Orisha

ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ।

କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜନ କଲ୍ୟାଣକାରି ଯୋଜନାର କାର୍ଯ୍ୟକାରିତା ଉପରେ କଲେ ସମୀକ୍ଷା।

ବାରିପଦା ତା ୧୯-୦୮-୨୦୨୫ ରିଖ

ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ତଥା ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ, ଭା. ପ୍ର.ସେ. ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ପ୍ରଥମ ଦିନରେ କ୍ଷେତ୍ର ପରିଦର୍ଶନରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଏବଂ ଜନ କଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ ଅନୁଧ୍ୟାନ କରିଥିଲେ।

ଏହି କ୍ଷେତ୍ର ପରିଦର୍ଶନ କ୍ରମରେ ଆଜି ଶ୍ରୀ ଚୌଧାରୀ ପ୍ରଥମେ ବେତନଟୀ ବ୍ଲକ ଅଧିନସ୍ଥ ପୁରୁଣୀଆ ଜି ପି ର ଅଙ୍ଗାରୁଆରେ ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ଏବଂ ସେଠାରୁ ବେତନଟି ଗ୍ରାମ ର ପି ଏମ ଶ୍ରୀ ସ୍କୁଲକୁ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କ ସହିତ ଭାବବିନିମୟ କରିଥିଲେ।ଏହାପରେ ବେତନଟି ଜି ପି ରେ ଆମଯୋଡ଼ା କୁଷ୍ଠ କଲୋନୀରେ ହିତାଧିକାରୀ ମାନଙ୍କ ସହିତ ଅନ୍ତଦ୍ୟୋୟ ଗୃହ ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା, ମଧୁବାବୁ ପେନସନ ଯୋଜନାରେ ମିଳୁଥିବା ସୁବିଧା ପାଉଛନ୍ତି କି ନାହିଁ ସେ ବିଷୟରେ ଆଲୋଚନା କରିଥିଲେ। ସେଠାରୁ ଶାଳବଣୀ ସ୍ଥିତ ଏସ ଏସ ଡି ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସେଠାରୁ ଦାନ୍ତିମୁହାଁର ଟସର ରିଲର ସମବାୟ ସମିତି (ଟି ଆର ସି ଏସ )ଯାଇ ରେଶମ ପୋକ ପାଳନ କେନ୍ଦ୍ର ଅନୁଧ୍ୟାନ କରିବା ସହ ରେଶମ ଚାଷ ଅନ୍ତର୍ଗତ ଏମ ଜି ଏନ ଆର ଜି ଏସ ର ବୃକ୍ଷ ରୋପଣ ସ୍ଥାନ ଦେଖିଥିଲେ।ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ବିଭାଗ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସ୍ଥିତି ଓ ଉନ୍ନୟନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଉକ୍ତ ବୈଠକ ରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସମେତ ଉପଜିଲ୍ଲାପାଳ ରାଇରଙ୍ଗପୁର ସୌମ୍ୟ ରଞ୍ଜନ ପ୍ରଧାନ, କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଆଇ ଏ ଏସ ପ୍ରବେଶନର କାଶିଷ ବକ୍ସି, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ,ବାରିପଦା ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, ଉଦଳା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଓ ଏ ସି ଡି ଓ ଶାନ୍ତନୁ କୁମାର ନାୟକ ଯୋଗ ଦେଇଥିଲେ।ଏହି ସମୀକ୍ଷା କ୍ରମରେ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅନ୍ତ୍ୟଦୟ ଗୃହ ଯୋଜନା, ନଗର ଉନ୍ନୟନ ବିଭାଗର ପାନୀୟ ଜଳ ଯୋଗାଣ ଓ ପରିମଳ ଯୋଜନା , ଗ୍ରାମ୍ୟ ଉନ୍ନୟନ ବିଭାଗର ସେତୁ ବନ୍ଧନ ଯୋଜନା, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପିଏମଶ୍ରୀ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା, ପୋଷଣ ଯୋଜନା, ସାଧାରଣ ଯୋଗାଣ, ଜାତୀୟ ସାମାଜିକ ସୁରକ୍ଷା, ସମବାୟ, ଗ୍ରାମ୍ୟ ବିଦ୍ୟୁତ ଇତ୍ୟାଦି ବିଷୟରେ ସମୀକ୍ଷା କରିଥିଲେ।ଆଜିର ସମୀକ୍ଷା ବୈଠକ ରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଆଜି ବାରିପଦା ଠାରେ ରାତ୍ରି ଯାପନ ପରେ ଆସନ୍ତା କାଲି ଜିଲ୍ଲାର ଆଉ କିଛି କ୍ଷେତ୍ର ପରିଦର୍ଶନ
କରି ଅପରାହ୍ନରେ ଶ୍ରୀ ଚୌଧାରୀ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଯିବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button