ଶ୍ରାବଣ ମାସର ପ୍ରଥମ ସୋମବାର ରେ ବୋଲ୍ ବମ ହର ହର ବମ ଧ୍ଵନି ରେ ପ୍ରକମ୍ପିତ ବାବା ଵୁଦ୍ଧେଶ୍ଵର ଶୈବପୀଠ


ଢେଙ୍କାନାଳ ଜିଲ୍ଲା ଭୁବନ ଵୁଦ୍ଧେଶ୍ଵର ଶୈବପୀଠରେ ଶ୍ରାଵଣ ମାସ ର ପ୍ରଥମ ସୋମବାର ରେ ବୋଲ ବମ ହର ହର ବମ ଧ୍ବନିରେ ପ୍ରକମ୍ପିତ କରି ସହସ୍ରାଧିକ କାଉଡ଼ିଆ ଜଳ ଲାଗି କରିଛନ୍ତି । ଭୋର ୪ଟା ସମୟରେ ପ୍ରଭୁଙ୍କ ନିତି କାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପରେ କାଉଡ଼ିଆ ମାନଙ୍କ ଦ୍ଵାରା ଜଳଲାଗି ଆରମ୍ଭ ହୋଇଥିଲା ।ଆଖ ପାଖ ଅଞ୍ଚଳରୁ ତଥା ଅନ୍ୟ ଜିଲ୍ଲା ରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀରୁ ପୂଜାର୍ଚ୍ଚନା କରି ଜଳ ଭାରରେ ନେଇ ପୂର୍ବଦିନ ରାତିରୁ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ମଧ୍ୟ ପୂଜାର୍ଚ୍ଚନା କରି କାଉଡ଼ିଆ ମାନେ ପାଣି ଭାର ନେଇ ମନ୍ଦିରକୁ ଆସିଥିଲେ । ସେଥିରେ ମହିଳା ,ପୁରୁଷ ଓ କୁନି ପିଲା ମାନେ ସାମିଲ ଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ଭୁବନ ତହସିଲଦାର ସୂର୍ଯ୍ୟ ଶଙ୍କର ଦାସ ଉପସ୍ଥିତ ରହି ତଦାରଖ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଭୁବନ ପୋଲିସ, ବନବିଭାଗ, ଦମକଳ ବାହିନୀ , ଜନସ୍ଵାସ୍ଥ୍ୟ ବିଭାଗ, ଏ ନ ଏସି କତୃପକ୍ଷ , ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଭକ୍ତ ମାନଙ୍କ ପାଇଁ ପରିଚାଳନା କମିଟି ପକ୍ଷରୁ ରାତ୍ର ଯାପନ ଓ ଶୌଚାଳୟ ସହିତ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ଅଞ୍ଚଳର ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉପସ୍ଥିତ ରହି ସେବା ବ୍ୟବସ୍ଥା ସାଙ୍ଗକୁ ଖାଦ୍ୟ ଯୋଗାଇ ଦେଇଥିଲେ । ସେଥିରେ ସତ୍ୟସାଇ ସେବା ସଙ୍ଗଠନ , ଖୁସି ବାଣ୍ଟିବା ସଙ୍ଗଠନ ସହିତ ଶିଵ ସେନା ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା । ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରାୟ 10 ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ସେଥିରୁ ୫ହଜାର କାଉଡ଼ିଆ ଜଳ ଲାଗି କରିଥିଲେ। ଦିନ୧୨ ୩୦ ମିନିଟ୍ ରେ ପ୍ରଭୁଙ୍କ ପ୍ରତିଷ୍ଠା କରାଯାଇ ଦୈନନ୍ଦିନ ନିତି କାନ୍ତି ଓ ପୂଜା କରାଯାଇଥିଲା । ପ୍ରଥମ ସୋମବାରରେ ରାଜ୍ୟର ବିଭିନ୍ନ ଜିଲ୍ଲାର କାଉଡ଼ିଆ ଆସିଥିବା ପରିଲକ୍ଷିତ ହୋଇଛି । ବିଶେଷ କରି ଢେଙ୍କାନାଳ , ଅନୁଗୋଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଶ୍ରଦ୍ଧାଳୁ ଅଧିକ ଆସିଥିଲେ । ପରିଚାଳନା କମିଟି ପକ୍ଷରୁ ମହିଳା, ପୁରୁଷ ଓ ସାଧାରଣ ଦର୍ଶନ ପାଇଁ ୩ଟି ଧାଡ଼ି କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି ନରହରୀ ସାହୁ, ସମ୍ପାଦକ ସମିର କୁମାର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବିହାରୀ,ଉପସଭାପତି ବିପିନ ବିହାରୀ ସେଠୀ ଓ କାର୍ଯ୍ୟାଳୟ ପ୍ରମୁଖ ଗୁଲଗୁଲ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।
ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିଉଜ



