Orisha
ହରଭଙ୍ଗା ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି


ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଶିବିରରେ ବ୍ଲକ ର ବିଭିନ୍ନ ସ୍ଥାନ ରୁ ମୋଟ 105ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ 102ଟି ବ୍ୟକ୍ତିଗତ ଅଭିଯୋଗ ପତ୍ର ଓ3 ଟି ସାମୁହିକ ଅଭିଯୋଗ ଆସିଥିଲା। ଟି 47ଅଭିଯୋଗ କୁ ଜିଲ୍ଲାପାଳ ସୁବ୍ରତ ପଣ୍ଡା ତତ୍କାଳୀନ ସମାଧାନ କରିଥିଲେ।, 2ଜଣକୁ ରେଡ଼କ୍ରସ ପାଣ୍ଠି ରୁ 10ହଜାର ସହାୟତା ଓ 2ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।ଉକ୍ତ ଶିବିର କୁ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ ପରିଚାଳନା କରିଥିବା ବେଳେ, ଜନସ୍ୱାସ୍ଥ୍ୟ ଅଧିକାରୀ, ଉପଜିଲ୍ଲାପାଳ,, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ,ଉପ ଜିଲ୍ଲାପାଳ ଙ୍କ ସମେତ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଥିଲେ l



