ନାମକୁ ମାତ୍ର କେନାଲ, କିନ୍ତୁ ପାଣି ପାଇ ପାରୁନାହାନ୍ତି ଚାଷୀ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ


ହରଭଙ୍ଗା 9/7(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ର ହରଭଙ୍ଗା ଠାରେ ଥିବା ସଗଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରୁ ପାଣି ପାଇପାରୁନଥିବାରୁ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅଞ୍ଚଳ ର ଚାଷୀ।ଉକ୍ତ ପ୍ରକଳ୍ପ ରୁ ହରଭଙ୍ଗା ଓ ସଂକୁଲେଇ ଦୁଇ ଗୋଟି ପଞ୍ଚାୟତ ର ହରଭଙ୍ଗା, ସଂକୁଲେଇ, ବୁକେସିଙ୍ଗା, ଡିଆଘାଟ, କୁଡ଼ାସିଙ୍ଗା, ସୁରୁଣ୍ଡି, ଭେଜିଗୋରା, ମଲିକପଡ଼ା, ରାଉତପଡ଼ା, ଆଦି ଏଗାର ଗୋଟି ରୁ ଉର୍ଦ୍ଧ ଗ୍ରାମର ଚାଷୀ ମାନେ ଉପକୃତ ହୋଇଥାନ୍ତି। ଏବଂ ବିଶେଷ କରି ଚାଷ କାର୍ଯ୍ୟ ପାଇଁ ଏହି କେନାଲ ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ ମୁଖ୍ୟ କେନାଲ ସହିତ ଶାଖା କେନାଲ ରେ ଅନାବନା ଗଛ ସହିତ ମାଟି ପଙ୍କ ରେ ପରିପୂର୍ଣ ହୋଇ ଥିବାରୁ କେନାଲ ଦେଇ ଜଳ ପ୍ରବାହିତ ହୋଇ ପାରୁ ନାହିଁ। ଫଳରେ ଅଞ୍ଚଳ ର ଚାଷୀ ମାନେ ପାଣି ପାଇ ପାରୁନାହାନ୍ତି।ଉକ୍ତ କେନାଲ ର ସମସ୍ୟା କୁ ନେଇ ହରଭଙ୍ଗା ଓ କୁଡ଼ାସିଙ୍ଗା ଅଞ୍ଚଳ ର ଚାଷୀ ଜିଲ୍ଲାପାଳ ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଅଭିଯୋଗ କୁ ଭିତ୍ତି କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଉକ୍ତ ସମସ୍ୟା ର ସମାଧାନ କରିବା ପାଇଁ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ କୁ ଗତ 25/4/25 ତାରିଖ ରେ ନିର୍ଦ୍ଧେଶ ଦେଇଥିଲେ।କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇପାରିଲା ନାହିଁ। ତେଣୁ ଅଞ୍ଚଳ ର ଚାଷୀ ମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଚି।ଏ ବାବଦରେ ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭାଗ ର କନିଷ୍ଠ ଯନ୍ତ୍ରୀ ରାକେଶ ସେଠୀ ଙ୍କୁ ପଚାରିବାରୁ ଉକ୍ତ ସମସ୍ୟା ଉପରେ ଅବଗତ ଥିବା ସହିତ ତୁରନ୍ତ କେନାଲ ମରାମତି ଓ କେନାଲ ରୁ ଅନାବନା ଗଛ, ପଙ୍କ ସଫା କରାଯିବ ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ। ଯଦି ଆଗାମୀ ଦଶ ଦିନ ଭିତରେ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ସହିତ କେନାଲ ରେ ଥିବା ଅନାବନା ଗଛ ସାଙ୍ଗକୁ କେନାଲ ରୁ ମାଟି ପଙ୍କ ସଫା କରା ନ ଯାଏ ତା ହେଲେ ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହିତ ଆନ୍ଦୋଳନ କରିବା ପାଇଁ ଅଞ୍ଚଳ ର ଚାଷୀ ନାକୁ ନାୟକ, ଦନାର ବେହେରା, ପବିତ୍ର ନାୟକ, ସୁରଥ ରଣା, ସୀତାରାମ ପାଣ୍ଡେ, ପହଲା ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।



