Orisha

ତାଳଚେର ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ

ତାଳଚେର, ୦୯/୦୭ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଏବିଭିପିର ବିଭାଗ ସହ ପ୍ରମୁଖ ଅଧ୍ୟାପକ ଶଶାଙ୍କ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏବିଭିପିର ଦୀର୍ଘ ୭୭ ବର୍ଷର ଯାତ୍ରାରେ ଅନେକ ଛାତ୍ରଛାତ୍ରୀ ଯୋଡି ହୋଇ ରାଷ୍ଟ୍ର ନିର୍ମାଣରେ ନିଜକୁ ସାମିଲ୍ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାନ୍ତ ଛାତ୍ରୀ ସହ ପ୍ରମୁଖ ପୂର୍ବପ୍ରାନ୍ତ ଓଡିଶା ଏବିଭିପିର ସୁଶ୍ରୀ ଆଶାରାଣୀ ଜେନା ଯୋଗଦେଇ ସମସ୍ତେ ବିଦ୍ୟାର୍ଥୀ ପରିଷଦରେ ଯୋଡି ହେବା ପାଇଁ ଆହ୍ୱାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଭାଗ ସହ ସଂଯୋଜକ ଆଶିଶ ବେହେରା ଉପସ୍ଥିତ ଥିଲେ । କ୍ୟାମ୍ପସ ସଭାପତି ବିଷ୍ଣୁ ପ୍ରସାଦ ସିଠ, ସଂପାଦକ କ୍ରୀଷ୍ଣା ନାଏକ, ବ୍ରହ୍ମାନନ୍ଦ ସାହୁ, ଜୀବନଜ୍ୟୋତି ମହାନ୍ତି, ଶ୍ୟାମସୁନ୍ଦର ବେହେରା, ଅବିନାଶ ନାଏକ, ଦିତେଶ କୁମାର ନାଏକ, ରଶ୍ମିରଂଜନ ବେହେରା, ପ୍ରିୟାଂଶୁ ନାହାକ, ରୁଦ୍ର ବାରିକ୍‌, ରନିତ୍ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ କଲେଜ୍ ପରିସର ମଧ୍ୟରେ ବୃକ୍ଷରୋପଣ କରିଥିଲେ ।

Related Articles

Back to top button