State
ଗୀତ,ନାଚଓବାଜାରେ ନୂଆଖାଇକୁ ସ୍ଵାଗତ କଲେ ବାଜାସାଲ କଳାକାର


ସକାଳ ପାହିଲେ ନୂଆଖାଇ। ଓଡ଼ିଶାର ଜନଜୀବନର ମହାପର୍ବ। କୃଷିଭିତ୍ତିକ ପର୍ବ। ଏଥିପାଇଁ ଗାଁଠୁ ସହର ସବୁ ଚଳଚଞ୍ଚଳ। ଘରେ ଘରେ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ତେବେ ଲୋକଙ୍କ ସହିତ ତାଳଦେଇ ମାତିଯାଇଛନ୍ତି କଳାକାରମାନେ। ନୂଆଖାଇ ପାଇଁ କଳାକାରମାନେ ସଜବାଜ ହୋଇ ପଡିଥିବାବେଳେ କଳାହାଣ୍ଡିର ପରମ ଆରାଧ୍ୟ ମାଣିକେଶ୍ଵରୀଙ୍କ ପୀଠରେ ନାଚ, ଗୀତ ଓ ବାଦ୍ୟ ସହିତ ନୂଆଖାଇର ଆବାହନ କରିଛନ୍ତି। ନାଚଗୀତର ତାଳେ ତାଳେ ଗାଇଛନ୍ତି ‘ଜୀଇ ଜାଗିଥିଲେ ବରଷେ, ନୁଆ ଖାଏମା ଗରସେ” ।ଏହି ପରିବେଷଣ କାର୍ଯ୍ୟକ୍ରମ ରେ କଳାହାଣ୍ଡି ନୃତ୍ୟ ସାଂସ୍କୃତିକ ଅନୁଷ୍ଠାନ ର ଗୁରୁ ସୁସ୍ମିତା ରାଉତ ଓ ସାଥି କଳାକାର ସୁସ୍ମିତା ରାଉତ, କବିର ଗହିର, ଦଶରଥ ଭାଟି, କୃଷ୍ଣ ରାଉତ, କୁମକୁମ ବାଗ, ମନୀଷା ବାଗ, ବବିତା ବାଗ, ଛଟୁ, ଅଜୁ
ରୋହିତ ଲହଜଳ, ଏବଂ ତାଙ୍କ ସାଥି କଳାକାର ମାନେ ନିଜର କଲା ପ୍ରଦର୍ଶନ କରିଥିଲେ ! କଳା କୁ କେମିତି ଆଗକୁ ବଢେଇବେ ସେ ବିଷୟରେ ରେ ବି ନିଜର ଟିପ୍ପଣୀ ରଖିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




